Humane Sagar Kemiti Bhulibi Se Abhula Dina Скачать
Humane Sagar
Kemiti Bhulibi Se Abhula Dina
Текст песни
ଓ-ହୋ-ଓ-ହୋ-ଓ-ହୋ
ହୋ-ହୋ-ହୋ
ଓ-ହୋ-ଓ-ହୋ-ଓ-ହୋ
ହୋ-ହୋ-ହୋ
କେମିତି ଭୁଲିବି ସେ ଅଭୁଲା ଦିନ?
ତୋ ହୃଦୟରେ ଦିନେ ଥିଲା ମୋ ପାଇଁ ପ୍ରେମ
ଦିନେ ନ ଦେଖିଲେ ମୋତେ କନ୍ଦୁଥିଲୁ ତୁ
ମୋ ମନ ଆକାଶରେ ତୁ ଥିଲୁ ଲୋ ଜହ୍ନ
କେମିତି ଭୁଲିବି ସେ ଅଭୁଲା ଦିନ?
ତୋ ହୃଦୟରେ ଦିନେ ଥିଲା ମୋ ପାଇଁ ପ୍ରେମ
ଦିନେ ନ ଦେଖିଲେ ମୋତେ କନ୍ଦୁଥିଲୁ ତୁ
ମୋ ମନ ଆକାଶରେ ତୁ ଥିଲୁ ଲୋ ଜହ୍ନ
ମୋ ଭଲ ପାଇବାରେ ଥିଲା କଉଠି ଉଣା?
ତୋ ହୃଦୟରେ ଭରିଗଲା ମୋ ପାଇଁ ଘୃଣା
ତୁ ଆଉ କାହା ହାତ ଧରି ଚାଲିବୁ ବୋଲି
ମୋ ମନକୁ ଭାବିଦେଲୁ ମାଟି ଖେଳନା
ତୋ ପ୍ରେମରେ ଥିଲା ପ୍ରିୟା ଏତେ ଛଳନା
ମୋ ଛାତି ଚିରି ମନ ନେଇ କରିଲୁ ଚୁନା
ତୋ ହୃଦୟକୁ ମନ୍ଦିରଟେ ଭାବିଥିଲି ମୁଁ
ମୁଁ ଜାଣିଗଲି ତୁ ଗୋଟେ ହୃଦୟହୀନା
ଓ-ହୋ-ଓ-ହୋ-ଓ-ହୋ
ହୋ-ହୋ-ହୋ
ଓ-ହୋ-ଓ-ହୋ-ଓ-ହୋ
ହୋ-ହୋ-ହୋ
ଏ ଦୁନିଆକୁ ଭୁଲି ତୋତେ ଭଲ ପାଇଲି
ତୁ ଏମିତି ବଦଳିଯିବୁ ଭାବି ନଥିଲି
ତୋ ପ୍ରେମରେ ପାଗଳ ଏତେ କାହିଁକି ହେଲି?
ତୁ ଅଧା ବାଟେ ଏକା କରି ଗଲୁଲୋ ଚାଲି
ଏ ଦୁନିଆକୁ ଭୁଲି ତୋତେ ଭଲ ପାଇଲି
ତୁ ଏମିତି ବଦଳିଯିବୁ ଭାବି ନଥିଲି
ତୋ ପ୍ରେମରେ ପାଗଳ ଏତେ କାହିଁକି ହେଲି?
ତୁ ଅଧା ବାଟେ ଏକା କରି ଗଲୁଲୋ ଚାଲି
ତୁ ଏତେ ବେଇମାନି ପ୍ରିୟା କେମିତି ହେଲୁୁ?
ତୋ ସ୍ବାର୍ଥ ସରିଗଲା ବୋଲି ଭୁଲି ତୁ ଗଲୁ
ତୁ ନୂଆ ସାଥିଟିଏ ପାଇ ହସୁଛୁ ସିନା
ମୁଁ ଜଳୁଛିଲୋ ଏକା-ଏକା ଆଜି ତୋ ବିନା
ତୋ ପ୍ରେମରେ ଥିଲା ପ୍ରିୟା ଏତେ ଛଳନା
ମୋ ଛାତି ଚିରି ମନ ନେଇ କରିଲୁ ଚୁନା
ତୋ ହୃଦୟକୁ ମନ୍ଦିରଟେ ଭାବିଥିଲି ମୁଁ
ମୁଁ ଜାଣିଗଲି ତୁ ଗୋଟେ ହୃଦୟହୀନା
ଓ-ହୋ-ଓ-ହୋ-ଓ-ହୋ
ହୋ-ହୋ-ହୋ
ଓ-ହୋ-ଓ-ହୋ-ଓ-ହୋ
ହୋ-ହୋ-ହୋ
ମୋ ମନ ପଞ୍ଜୁରୀରେ ତୁ ସୁନା ସାରୀ
ତୁ କେମିତି ଲୋ ଚାଲିଗଲୁ ମୋ ଛାତି ଚିରି?
ମୁଁ ତୋତେ ନେଇ ଦେଖିଥିଲି କେତେ ସପନ
ମୁଁ ଜିଇଁ ଥାଉ-ଥାଉ ମୋର ନେଲୁ ଜୀବନ
ମୋ ମନ ପଞ୍ଜୁରୀରେ ତୁ ସୁନା ସାରୀ
ତୁ କେମିତି ଲୋ ଚାଲିଗଲୁ ମୋ ଛାତି ଚିରି?
ମୁଁ ତୋତେ ନେଇ ଦେଖିଥିଲି କେତେ ସପନ
ମୁଁ ଜିଇଁ ଥାଉ ଥାଉ ମୋର ନେଲୁ ଜୀବନ
ତୋ ବାହାନାକୁ ପ୍ରେମ ବୋଲି ଭରସା କଲି
ତୁ ଏମିତି ମିଛେଇ ବୋଲି ଜାଣିନଥିଲି
ମୁଁ କେମିତି ବଞ୍ଚିବି ଆଜି କହ ତୋବିନା?
ତୁ ଦେଲୁ ଏମିତିକା ଦୁଃଖ ସହି ହୁଏନା
ତୋ ପ୍ରେମରେ ଥିଲା ପ୍ରିୟା ଏତେ ଛଳନା
ମୋ ଛାତି ଚିରି ମନ ନେଇ କରିଲୁ ଚୁନା
ତୋ ହୃଦୟକୁ ମନ୍ଦିରଟେ ଭାବିଥିଲି ମୁଁ
ମୁଁ ଜାଣିଗଲି ତୁ ଗୋଟେ ହୃଦୟହୀନା
ଓ-ହୋ-ଓ-ହୋ-ଓ-ହୋ
ହୋ-ହୋ-ହୋ
ଓ-ହୋ-ଓ-ହୋ-ଓ-ହୋ
ହୋ-ହୋ-ହୋ
Треки от исполнителя